ଅନନ୍ତ ମହାପାତ୍ର
ଅନନ୍ତ ମହାପାତ୍ର (ଜନ୍ମ : ୧୫ ଜୁନ ୧୯୩୬) ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ।[୧] ୧୯୫୦ ଦଶକରୁ ସେ ମଞ୍ଚ, ବେତାର, ଟେଲିଭିଜନ ନାଟକ ସହିତ ସକ୍ରିୟ । ସେ ୧୦୦ରୁ ଅଧିକ ନାଟକର ନିର୍ଦ୍ଦେଶନା କରିଛନ୍ତି । ତାଙ୍କୁ ୨୦୧୯ ମସିହା ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୨] ବ୍ୟକ୍ତିଗତ ଜୀବନଅନନ୍ତଙ୍କ ଜନ୍ମ କଟକ ସହରରେ ହୋଇଥିଲା । ଜଷ୍ଟିସ ହରିହର ମହାପାତ୍ର ଥିଲେ ତାଙ୍କର ପିତା । ତାଙ୍କ ମାତାଙ୍କ ନାମ ଥିଲା ହରିପ୍ରିୟା ଦେବୀ । ପିଲାବେଳରୁ ସେ ହକି, ଫୁଟବଲ ଓ ଭଲିବଲ ଖେଳପ୍ରତି ଆଗ୍ରହୀ ଥିଲେ । ଅଭିନୟ ପ୍ରତି ମଧ୍ୟ ସେ ପିଲାଦିନରୁ ଆଗ୍ରହୀ ଥିଲେ ଓ ୧୯୫୦ ମସିହାରେ ଆକାଶବାଣୀ କଟକରୁ ପ୍ରସାରିତ ହେଉଥିବା ଶିଶୁ ସଂସାର କାର୍ଯ୍ୟକ୍ରମ ତାଙ୍କୁ ଅଭିନୟ ପ୍ରତି ଅଧିକ ଆକର୍ଷିତ କରିଥିଲା । ୧୯୫୨ ମସିହାରେ ସେ ଆହ୍ଲାବାଦଠାରେ ପାଠ ପଢ଼ୁଥିବା ସମୟରେ ନର୍ଥ ଇଣ୍ଡିଆନ ଥିଏଟର ସଂସ୍ପର୍ଶରେ ଆସିଥିଲେ ଓ ଏହା ନାଟକ ପାଇଁ ତାଙ୍କୁ ବାଟ କଢ଼େଇଥିଲା । ନାଟକ ଓ ଚଳଚ୍ଚିତ୍ର ଜୀବନଅନନ୍ତ ମହାପାତ୍ର ୧୦୦ରୁ ଉର୍ଦ୍ଧ ନାଟକରେ ନିର୍ଦ୍ଦେଶନା କରିଛନ୍ତି । ୧୯୫୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ନାଟ୍ୟକାର ବିଶ୍ୱଜିତ ଦାସଙ୍କ ନାଟକରେ ତାଙ୍କୁ ଅଭିନୟ ଓ ନିର୍ଦ୍ଦେଶନା କରିବାର ସୁଯୋଗ ମିଳିଥିଲା । ଏହି ନାଟକଟି ଲୋକପ୍ରିୟ ହୋଇଥିଲା ଓ ତାଙ୍କ ନାଟ୍ୟଯାତ୍ରାର ମୂଳଦୁଆ ପକାଇଥିଲା । ସେ ଅଖିଳ ମୋହନ ପଟ୍ଟନାୟକ, ପାରମିତା ଶତପଥୀ, ପ୍ରସନ୍ନ ହୋତା, ଯଶୋଧାରା ମିଶ୍ର ଆଦିଙ୍କ ଗପକୁ ନାଟ୍ୟରୂପ ଦେଇଛନ୍ତି । ସେ ସବୁ ମଞ୍ଚ ଓ ଟେଲିଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି । ୧୯୮୨ ମସିହାରେ ସେ ଫକୀର ମୋହନ ସେନାପତିଙ୍କ ମାମୁକୁ ଟେଲିଫିଲ୍ମ ରୂପ ଦେଇଥିଲେ । ସେହିପରି ୧୯୯୫ ମସିହାରେ ଗୋପୀନାଥ ମହାନ୍ତିଙ୍କ ଅମୃତର ସନ୍ତାନ ଉପନ୍ୟାସକୁ ରେଡ଼ିଓରେ ଦଶଟି ଅଧ୍ୟାୟରେ ପଢ଼ିଥିଲେ । ୧୯୬୪ ମସିହାରେ ସେ ନାଟ୍ୟସଂସ୍ଥା ସୃଜନୀ ଓ ୧୯୭୦ ଦଶକରେ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ ।[୩] ଥିଏଟର ଇନ ମୋସନ ନାମରେ ସେ ଅନ୍ୟ ଏକ ନାଟ୍ୟ ସଂସ୍ଥା ମଧ୍ୟ ପ୍ରତିଷ୍ଠା କରିଥିଲେ । ୧୯୭୫ ମସିହାରେ ସେ ବତୀଘର ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ । ରଚିତ/ନିର୍ଦ୍ଦେଶିତ ନାଟକ
ସମ୍ମାନ ଓ ପୁରସ୍କାର
ଆଧାର
ଅଧିକ ତଥ୍ୟ
|