ଆଇଜିଏ ନେଫ୍ରୋପାଥି
ଆଇଜିଏ ନେଫ୍ରୋପାଥି (ବା ଆଇଜିଏଏନ/ IgAN ), ଯାହା ବର୍ଗର ରୋଗ ଭାବରେ ମଧ୍ୟ ଜଣାଶୁଣା, ଏକ ବୃକ୍କର ରୋଗ ଯେଉଁଥିରେ ଯେତେବେଳେ ଆଇଜିଏ ଗଠନ ହେବା ଫଳରେ ପ୍ରଦାହ ହୁଏ ।[୧] ପ୍ରାରମ୍ଭରେ ସାଧାରଣତ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧] ଏହି ରୋଗ ଆଗେଇ ଗଲେ ଫେଣଯୁକ୍ତ ରକ୍ତ ମିଶ୍ରିତ ପରିସ୍ରା ହୋଇପାରେ ।[୧] ଅନ୍ୟ ଲକ୍ଷଣଗୁଡ଼ିକରେ ଗୋଡ଼ର ଇଡିମା ହୋଇପାରେ ।[୧] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତଚାପ, ବୃକ୍କ ବିଫଳତା, ହୃଦ ରୋଗ ଏବଂ ହେନୋକ-ସୁନଲାଇନ ପୁରପୁରା ହୋଇପାରେ ।[୧] ରୋଗ ପାରିବାରିକ ଇତିହାସ ଥିଲେ, ଏଚ୍.ଆଇ.ଭି/ଏଡସ୍ ଏବଂ ହେପାଟାଇଟିସ୍ ଥିଲେ ଏହି ରୋଗ ସଙ୍କଟ ରହେ ।[୧] [୨] ଏହାର ଅନ୍ତର୍ନିହିତ ପ୍ରଣାଳୀ ହେଉଛି ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ଆଣ୍ଟିବଡି ସହିତ ଆଇଜିଏ ଅନୁବନ୍ଧିତ ହୋଇ ଇମ୍ୟୁନ କମ୍ପ୍ଲେକ୍ସ ତିଆରି କରିଥାଏ ।[୧] ଏହି କମ୍ପ୍ଲେକ୍ସଗୁଡ଼ିକ ଗଠନ ହୋଇଗଲେ ବୃକ୍କରେ ପ୍ରଦାହ ହୁଏ ।[୧] ଏକ ସଂକ୍ରାମକ ରୋଗଦ୍ୱାରା ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ ।[୨] ରକ୍ତ ଏବଂ ପରିସ୍ରା ପରୀକ୍ଷା ଉପରେ ଆଧାର କରି ରୋଗ ରୋଗ ନିର୍ଣ୍ଣୟ କରାଯାଏ ଏବଂ ବୃକ୍କ ବାୟୋପସିଦ୍ୱାରା ରୋଗ ନିଶ୍ଚିତ କରାଯାଏ ।[୧] ଏହି ରୋଗ ଆରୋଗ୍ୟସାଧ୍ୟ ନଥିବା ବେଳେ ଚିକିତ୍ସାରେ ପ୍ରତିରକ୍ଷା ପ୍ରଣାଳୀକୁ ଦମନ କରିବା ପାଇଁ କର୍ଟିକୋଷ୍ଟିରଏଡ କିମ୍ବା ସାଇକ୍ଲୋଫୋସଫାମାଇଡ ଭଳି ଔଷଧ ଦିଆଯାଇଥାଏ ।[୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ରକ୍ତଚାପ ନିୟନ୍ତ୍ରଣ ନିୟନ୍ତ୍ରଣ ନିମନ୍ତେ ଏସିଇ ଇନହିବିଟର ଏବଂ ଦେହରୁ ଅତିରିକ୍ତ ତରଳ ପଦାର୍ଥ ବାହାର କରିବା ପାଇଁ ଡାଇୟୁରେଟିକ୍ ବ୍ୟବହାର କରାଯାଇପାରେ ।[୧] ବୃକ୍କ ଫେଲ ଥିବା ଲୋକଙ୍କ ପାଇଁ ବୃକ୍କ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ ।[୨] ଫଳାଫଳ ପ୍ରାୟ ଭଲ ହୋଇଥାଏ ।[୨] ଆଇଏ ନେଫ୍ରୋପାଥି ହେଉଛି କିଡନୀ ରୋଗମାନଙ୍କ ମଧ୍ୟରୁ ଅନ୍ୟତମ ।[୧] ଏହାର ଆରମ୍ଭ ସାଧାରଣତଃ ପିଲାଦିନରୁ ୩୦ ଦଶକ ପର୍ଯ୍ୟନ୍ତ ହୋଇଥାଏ ।[୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏସିଆ ଲୋକ ଏବଂ ଧଳା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହି ଅବସ୍ଥା ପ୍ରଥମେ ୧୯୬୮ ମସିହାରେ ଜଣେ ଫେନ୍ସ ପାଥୋଲୋଜିଷ୍ଟ ଜିନ ବର୍ଗଙ୍କଦ୍ୱାରା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।[୨] [୩] ଆଧାର
|