ଏ. କେ. ହଙ୍ଗଲ
ଅବତାର କିଶନ ହଙ୍ଗଲ (୧୯୧୭ - ୨୦୧୨) ଜଣେ ଜଣା ଶୁଣା ହିନ୍ଦୀ ସିନେମା ତଥା ଟେଲିଭିଜନ ଅଭିନେତା ଓ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବିଶେଷ କରି ସେ ପିତା ଓ ଜେଜେ ଭୂମିକା ପାଇଁ ବେଶ ପରିଚିତ । ସେ ପାଇ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରିୟ ଜେଜେ ଭାବରେ ପରିଚିତ । ଶୋଲେ, ନମକ ହାରମ୍, ଅନାଡ଼ି, ଆଇନା, ଅବତାର, ଅଭିମାନ, କୋରା କାଗଜ, ଚିତଚୋର, ଅନାମିକା ପରି ଅନେକ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ଅଭିନୟ କରି ସେ ସଫଳତା ଅର୍ଜନ କରିଥିଲେ । ପ୍ରସିଦ୍ଧ ହିନ୍ଦୀ କଥାଚିତ୍ର ଶୋଲେରେ ସେ ରହିମ୍ ଚାଚା ଭୁମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିନେଇଥିଲେ । ସେ ୧୯୬୬ ମସିହାରୁ ୨୦୦୫ ମଧ୍ୟରେ ୨୨୫ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ରାଜେଶ ଖାନ୍ନାଙ୍କ ସହ ୧୬ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୧][୨] ପରିବାର୧୯୧୭ ମସିହା ଫେବୃଆରୀ ୧ ତାରିଖରେ ପେଶୱ୍ଆରଠାରେ ଏକ କାଶ୍ମୀରୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରାନାମ ଅବତାର କିଶନ ହଙ୍ଗଲ । ତାଙ୍କ ପିତାଙ୍କ ନାମ ପଣ୍ଡିତ ହରି କିଶନ ହଙ୍ଗଲ ।[୩] ପ୍ରାରମ୍ଭିକ ଜୀବନପ୍ରକୃତରେ ସେ ଜଣେ ନାଟ୍ୟ କଳାକାର । ପ୍ରଥମେ ସିଲେଇ କାମ କରୁଥିଲେ ଓ କମ୍ୟୁନିଷ୍ଟ ପାର୍ଟିର ଜଣେ ସଦସ୍ୟ ଥିଲେ । ବିଭିନ୍ନ ଆନ୍ଦୋଳନରେ ଯୋଗ ଦେଇ ଜେଲ ମଧ୍ୟ ଯାଇଥିଲେ । ମାତ୍ର ୨୧ ବର୍ଷ ବୟସରେ ସେବମ୍ବେ ଆସିଥିଲେ । ପ୍ରଥମେ ସେ ଇଣ୍ଡିଆନ ପିପୁଲ୍ସ୍ ଥିଏଟରରେ ଯୋଗଦେଇ ବଲରାଜ ଶାହାଣୀ ଓ କୈଫୀ ଆଜମୀଙ୍କ ସହ କାମ କରିଥିଲେ ।[୪]୧୯୬୬ରେ ସେ ପ୍ରଥମ କରି ତିସିରି କସମ ଫିଲ୍ମରେ ଅଭିନୟ କରିଥିଲେ । ୧୯୯୩ରେ ସେ ତାଙ୍କ ଜନ୍ମସ୍ଥାନ ପାକିସ୍ତାନ ଯିବା ପାଇଁ ଭିଜା ଆବେଦନ କରିଥିଲେ ଏବଂ ପାକିସ୍ତାନ ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ଆମନ୍ତ୍ରଣ ଆସିଥିଲା । ଏହାକୁ ନେଇ ଅନେକ ସମସ୍ୟା ଦେଖାଦେଇଥିଲା । ପୁରସ୍କାର
ଆଧାର
ବାହାର ଆଧାରଉଇକିମିଡ଼ିଆ କମନ୍ସରେ ଏ. କେ. ହଙ୍ଗଲ
ବାବଦରେ ମାଧ୍ୟମ ରହିଛି ।
|