ଏ. ଭି. କୁଟ୍ଟିମାଲୁ ଆମ୍ମା
ଏ. ଭି. କୁଟ୍ଟିମାଲୁ ଆମ୍ମା (୧୯୦୫ – ୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସେବୀ ଓ ରାଜନେତ୍ରୀ ଥିଲେ । ସେ ନାଗରିକ ଅମାନ୍ୟ ଆନ୍ଦୋଳନର (ଲବଣ ସତ୍ୟାଗ୍ରହ) ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ।[୧] ଜୀବନୀସେ ୧୯୦୫ ମସିହାର ଅପ୍ରେଲ ୨୩ ତାରିଖରେ ପାଲକ୍କଡ଼ ଜିଲ୍ଲାର ଆନାକରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ପେରୁମ୍ବିଲାଭିଲ ଗୋବିନ୍ଦ ମେନନ ଓ ମାଆଙ୍କ ନାମ ଥଲା ମାଧାବିୟାମ୍ମା । ୨୫ ଅପ୍ରେଲ ୧୯୩୧ରେ ସେ ମାର୍ଗରେଟ ପଦ୍ମମଣିଙ୍କ ସହିତ ଥ୍ରୀସୁର ସହରେ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କୁ ନେଇ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ ।[୩] ନାଗରିକ ଅମାନ୍ୟ ଆନ୍ଦୋଳନରେ ତାଙ୍କ ଯୋଗଦାନର ପରିଣାମ ସ୍ୱରୂପ ସେ ୧୯୩୨ ମସିହାରେ ତାଙ୍କର ୨ ମାସର ଶିଶୁ ସହିତ କାରାଗାରରେ ଥିଲେ । ଏଠାରୁ ମୁକ୍ତ ହେବା ପରେ ସେ ୧୯୩୬ ମସିହାରେ ମାଡ୍ରାସ ବିଧାନ ସଭାରେ ମନୋନୀତ ହୋଇଥିଲେ । ଭାରତ ଛାଡ଼ ଆନ୍ଦୋଳନ (୧୯୪୨) ସମୟରେ ସେ ଅମରାବତୀସ୍ଥିତ ପ୍ରେସିଡେନ୍ସି ଜେଲରେ ପୁଣି ଦୁଇ ବର୍ଷ କାରାବାସରେ ଥିଲେ । ସେ ମାଲାବାର ରେଜେନ୍ସିରେ କଂଗ୍ରେସର ବିଭିନ୍ନ ସଭା ଆୟୋଜନ କରିବାରେ ଜଣେ ପ୍ରମୁଖ ବ୍ୟକ୍ତି ଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ କମିଟିର ଜଣେ ସକ୍ରିୟ ସଦସ୍ୟା ଥିଲେ ।[୪] ସେ ହିନ୍ଦୀ ପ୍ରଚାର ସଭାର ସଭାପତି ଥିଲେ ଏବଂ ଜଣେ ହିନ୍ଦୀ ପ୍ରଚାରିକା ଥିଲେ । ୧୯୪୬ ମସିହାରେ ସେ ପୁନର୍ବାର ମାଡ୍ରାସ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ମାଲବାରରେ ଅନେକ ଅନାଥ ଆଶ୍ରମର ସ୍ଥାପନ କରିଥିଲେ । ସେ ମାଡ୍ରାସ ପ୍ରେସିଡେନ୍ସିର ମାଲାବାର ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ କୋଜିପୁରଥ ମାଧବ ମେନନଙ୍କୁ ବିବାହ କରିଥିଲେ । ଆଧାର
|