କାନାମାଇସିନ ଏ
କାନାମାଇସିନ ଏ (ଇଂରାଜୀ ଭାଷାରେ Kanamycin A, ଅନ୍ୟ ନାମ କାନାମାଇସିନ kanamycin), ଏକ ଆଣ୍ଟିବାୟୋଟିକ ଯାହା ସାଂଘାତିକ ବ୍ୟାକ୍ଟେରିଆ ସଂକ୍ରମଣ (bacterial infections) ଓ ଯକ୍ଷ୍ମା ରୋଗର ଦିଆଯାଏ । ଏହା ପ୍ରଥମ ଧାଡ଼ିର ଚିକିତ୍ସା ଔଷଧ ନୁହେଁ । ଏହା ପାଟିରେ (by mouth), ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (injection into a muscle) ଦିଆଯାଏ । ଏହି ଔଷଧ ଅଳ୍ପ ଦିନ ନିମନ୍ତେ ଦିଆଯାଏ, ସାଧାରଣତଃ ୭ରୁ ୧୦ ଦିନ ନିମନ୍ତେ । ଭୁତାଣୁ ସଂକ୍ରମଣରେ (en:viral infections) ଏହା କାମକରେନାହିଁ । [୧] ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣ ଓ ନିୟନ୍ତ୍ରଣ ସମସ୍ୟା ଉପୁଜେ । ବୃକ୍କ ସମସ୍ୟା ମଧ୍ୟ ହୋଇପାରେ। ଏହା ଶିଶୁ ପ୍ରତି ବିପଦଜନକ ହୋଇଥିବାରୁ ଗର୍ଭାବସ୍ଥାରେ ଦିଆଯାଏନାହିଁ ।[୧] ସ୍ତନ୍ୟପାନ (breastfeeding) ସମୟରେ ଏହା ଅସୁବିଧା କରିବା ଜଣାଯାଇନାହିଁ ।[୨] ଏହା ଆମିନୋଗ୍ଲାଇକୋସାଇଡ (aminoglycoside) ପରିବାରର ଏକ ସଦସ୍ୟ । ବିଜାଣୁ/ବ୍ୟକ୍ଟେରିଆ ବଞ୍ଚିବା ନିମନ୍ତେ ଆବଶ୍ୟକ ହେଉଥିବା ପ୍ରୋଟିନ ତିଆରିକୁ ଏହି ଔଷଧ ଅବରୋଧ କରେ ।[୧] ସନ ୧୯୫୭ରେ ହାମାଓ ଉମେଜାୱା (Hamao Umezawa) ପ୍ରଥମେ ସ୍ଟ୍ରେପ୍ଟୋମାଇସେସ କାନାମାଇସେଟିକସ୍ରୁ କାନାମାଇସିନ ପ୍ରସ୍ତୁତ କରିଥିଲେ ।[୧][୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ଏହାର ଏକ ଡୋଜର ମୂଲ୍ୟ ୧.୫୨ ଆମେରିକୀୟ ଡଲାର ଥିଲା ।[୫] ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବସାୟୀକ ଭିତ୍ତିରେ ଆଉ ମିଳୁନାହିଁ ।[୧] ଆଧାର
|