କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍
କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରିଷ୍ଣା ରେଡ୍ଡୀ ।[୧] ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ପ୍ରଥମ ସଂସ୍କରଣରେ ବିଜୟୀ ହୋଇଥିବା ଓଡ଼ିଶାର ନୃତ୍ୟଶିଳ୍ପୀ ସଂଘ ପ୍ରିନ୍ ଡ୍ୟାନ୍ସ ଗ୍ରୁପର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ଚଳଚ୍ଚିତ୍ରଟି ।[୨] ଦିନ ମଜୁରିଆରୁ ଦେଶର ସର୍ବୋତ୍ତମ ନୃତ୍ୟଶିଳ୍ପୀ ପାଲଟିଥିବା ପ୍ରିନ୍ସ୍ ଡ୍ୟାନ୍ସ୍ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣାଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ‘କ୍ରିଷ୍ଣା, ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର’ ନିର୍ମାଣ କରାଯାଇଛି ।[୩] ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ ଶିକ୍ଷକ କ୍ରିଷ୍ଣା ରେଡ୍ଡୀ ଏହି ଚଳଚ୍ଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ଚଳଚ୍ଚିତ୍ରଟିର ସଂଳାପ କ୍ରିଷ୍ଣାଙ୍କ ସହ ଚନ୍ଦନ କୁମାର ରଚନା କରିଥିଲେ ।[୪] କ୍ରିଷ୍ଣା ଏବଂ ସାଇ ଲଖଣ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫] ଏହି କଥାଚିତ୍ରଟିରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ସମସ୍ତ କଳାକର ସମେତ କିଛି ବାହାର କଳାକାର ମଧ୍ୟ ଅଭିନୟ କରିଥିଲେ । ମୁଖ୍ୟ ଭୂମିକାରେ କ୍ରିଷ୍ଣା ଅଭିନୟ କରିଥିଲେ ଏବଂ ନାୟିକା ଭୂମିକାରେ ସୂର୍ଯ୍ୟମୟୀ ଅଭିନୟ କରିଥିଲେ ।[୫] ସୂର୍ଯ୍ୟମୟୀ ପ୍ରଥମେ ଏହି ଡ୍ୟାନ୍ସ ଗ୍ରୁପ୍ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୬] ଅଭିନୟ
କାହାଣୀଗୀତ ଏବଂ ସଙ୍ଗୀତଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ରିଷ୍ଣା ଏବଂ ସାଇ ଲଖଣ ।[୪] କୁମାର ଶ୍ରୀ ସାହୁ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଚଳଚ୍ଚିତ୍ରରେ ୬ଟି ଗୀତ ରହିଛି । ଏହି କଥାଚିତ୍ରଟିରେ ବନ୍ଦେ ଉତ୍କଳ ଜନନୀ ଏବଂ ବନ୍ଦେ ମାଆତରମ୍ ଭଳି ଗୀତକୁ ସ୍ଥାନିତ କରାଯାଇଥିଲା । କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତାଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କତାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨][୩] ଗୀତ
ଆଧାର
ବାହାର ଆଧାର |